
ନୂଆପଡାରୁ ଫେରି ସୁକିନ୍ଦାରେ ପ୍ରୀତିରଞ୍ଜନ: ଅସୁସ୍ଥଙ୍କୁ ଭେଟିଲେ, ସମସ୍ୟା ଶୁଣିଲେ
ଓଡ଼ିଶା ଲିଡ୍ସ(ଯାଜପୁର): ନୂଆପଡା ଉପନିର୍ବାଚନରେ ଦଳ ପକ୍ଷରୁ ପ୍ରଚାର ଦାୟିତ୍ୱରେ ଦୀର୍ଘଦିନ କାର୍ଯ୍ୟ କରିବା ପରେ ଯାଜପୁର ଫେରିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଆଜି ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଦାନଗଦି ବ୍ଲକର ଖପୁରିଆପଦା ପଞ୍ଚାୟତକୁ ଯାଇ ସ୍ଥାନୀୟ ଜନସାଧାରଣଙ୍କ ସହ ବସି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ପଚାରି ବୁଝିଛନ୍ତି। ଗ୍ରାମର କିଛି ଲୋକ ଅସୁସ୍ଥ ଥିବା ଖବର ପାଇ ସେମାନଙ୍କୁ ଭେଟି ସେମାନଙ୍କ […]



























